dcsimg

ଘରପୋଡ଼ିଆ ( Oriya )

provided by wikipedia emerging languages

ଘରପୋଡ଼ିଆ[୨] ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ପଡ଼ିଆ ଜମିର ବନ୍ଧରେ ଏହା ଜନ୍ମିଥାଏ। ଉଚ୍ଚତାରେ ଏହା ଫୁଟେ କି ଦେଢ଼ଫୁଟ ହୋଇଥାଏ। ଏହାକୁ ଘର ପୋଡ଼ିଆ ବୋଲି ମଧ୍ୟ କୁହାଯାଏ। ଏହାର ପତ୍ର ଗୁଡ଼ିକ ସରୁ ସରୁ। ଫୁଲ ଓ ଫଳ ଗୁଡ଼ିକ ମଧ୍ୟ ଅତି ଛୋଟ ହୋଇଥାଏ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

ଶାସ୍ତ୍ରୋକ୍ତ ଗୁଣ

ଶୀତବୀର୍ଯ୍ୟ, ଧାରକ, ଲଘୁ, ତିକ୍ତରସ ଓ ବାୟୁବର୍ଦ୍ଧକ। ମାତ୍ରା ଏକ ଅଣାରୁ ଚାରି ଅଣା।

ବ୍ୟବହାର

ଏହାର ସର୍ବାଙ୍ଗ ଔଷଧରୂପେ ବ୍ୟବହୃତ ହୁଏ। ଏହା ତୃଷ୍ଣା, ଦାହ, ଜ୍ୱର, ପିତ୍ତ, ଅରୁଚି, ଗ୍ଲାନି, କୃମି, ଭ୍ରମ, ଶ୍ରାନ୍ତି, ଶ୍ଳେଷ୍ମ ଓ ମତ୍ତତା ନାଶକ ଅଟେ। ପିତ୍ତଜ୍ୱରରେ ଏହାର ସର୍ବାଙ୍ଗର କ୍ୱାଥକୁ ମହୁତ ସହିତ ପ୍ରୟୋଗ କରାଯାଏ। ଅତିସାରରେ ମୁଥାମୁଳ ଓ ମହୁ ସହିତ ବ୍ୟବହାର କରାଯାଏ। ଏହାର କ୍ୱାଥରେ କ୍ଷତକୁ ଧୋଇଲେ ତାହା ଶୀଘ୍ର ଶୁଖିଯାଏ। ବ୍ରଣ, ବାଗୀ ଆଦିରେ ମଧ୍ୟ ଏହାର ଉପଯୋଗ ହୋଇଥାଏ। ଏ ଗଛକୁ ଶୁଖାଇ କୁଟି ଚୂର୍ଣ୍ଣ କରି ନିଆଁରେ ପକାଇ ଧୂଆଁ ଦେଲେ ଘରୁ ସବୁ କୀଟ ପଳାଇ ଯାଆନ୍ତି। କୌଣସି ଜଳାଶୟ ନିକଟରେ ଜନ୍ମିଥିବା ଏହି ଗଛର ଚେରକୁ ଆଣି ଗୋରୁ ଗୁହାଳରେ ବାନ୍ଧିଲେ, ଗୋରୁମାନେ ନୀରୋଗ ରହନ୍ତି ବୋଲି ମାନ୍ୟତା ରହିଛି।

ଆଧାର

  1. Oldenlandia biflora@the plant list
  2. ପ୍ରହରାଜ, ଗୋପାଳ ଚନ୍ଦ୍ର. "ଘରପୋଡ଼ିଆ". ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. p. ୨୪୦୬. Retrieved 10 January 2016.
  3. T. Pullaiah (1 January 2006). Encyclopaedia of World Medicinal Plants. Regency Publications. pp. 1062–. ISBN 978-81-89233-42-6.

license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |